ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) ଜାତୀର ପିତା ମାହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ଜୋର ଧରିଛି ପସ୍ତୁତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡ଼ା ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଗାନ୍ଧୀ ପାର୍କଠାରୁ ଏକ ଗାନ୍ଧି ସ୍ମୃତି ରଥ ବାହାରିଛି। ଗୁରୁବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି।

ଏହି ରଥ ଅକ୍ଟୋବର ୨ଯାଏଁ ଅର୍ଥାତ୍ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଯାଏଁ ପରିକ୍ରମା କରିବ ବୋଲି ସୂଚନା ମିଳିଛି । ଉକ୍ତ ରଥ ପ୍ରତି ବ୍ଲକରେ ପହଞ୍ଚିବା ପରେ ସେଠାରେ ଗାନ୍ଧୀଙ୍କ ସ୍ମୃତି ସଭା ଆୟୋଜନ ହେବା ସହ ମାହାତ୍ମାଙ୍କ ବାର୍ତ୍ତା ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା ଜଣାଯାଇଛି।

ଏହି ଅବସରରେ ଜିସିଡି ଉଚ୍ଚ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଉଦବୋଧନ ଦେଇ କହିଥିଲେ,”ଭବିଷ୍ୟତରେ ଗାନ୍ଧୀଙ୍କ ମାର୍ଗରେ ଅଗ୍ରସର ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଅହିଂସା ପରମ ଧର୍ମ ରୂପେ ପାଳନ କଲେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ। ଦେଶ ଗଠନରେ ଛାତ୍ରଛାତ୍ରୀ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଛି।‘’

ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସଚିଦାନନ୍ଦ ଶତପଥୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ସର୍ବୋଦୟ ମଣ୍ଡଳ ଜିଲ୍ଲା ସଭାପତି ଜୟରାମ ଜେନା,ସର୍ବୋଦୟ ମଣ୍ଡଳ ସମ୍ପାଦକ ବାଦଲ ତା, ସେବା ସମାଜ ପ୍ରତିଷ୍ଠାତା ଶାନ୍ତି ଦେବୀଙ୍କ ସମେତ ପୂର୍ବତନ ଲୋକପାଳ ବିଦୁଲତା ହୁଇକା ଜେକେ କାଗଜକଳ ଲୋକସମ୍ପର୍କ ଅଧିକାରୀ ଏସ କେ ନାଥ, ଇମ୍ଫା ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଉତ୍କଳ ଆଲୁମିନା ସାଧାରଣ ପରିଚାଳକ ଲୋପାମୁଦ୍ରା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Comment