ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ଟିକିଆ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ବାଜି ମାରିଛି। ଏହି ମ୍ୟାଚକୁ ଭାରତ ୧-୦ ଜିତି ଆଗରେ ରହିଛି। ତେବେ ଏହି ମ୍ୟାଚ ଜରିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ୩ଟି ବିଶ୍ଵ ରେକର୍ଡ କରିଛନ୍ତି। ଯେଉଁଥିରେ ରୋହିତ ଶର୍ମାଙ୍କ ଦୁଇଟି ରେକର୍ଡ ଭାଙ୍ଗିଛନ୍ତି।

ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ

ବିରାଟ କୋହଲି ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ସେ ୨୨ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାସହ ସେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି। ରୋହିତ ୨୧ଟି ଶତକ କରିଥିବା ବେଳେ ବିରାଟ ୨୨ଟି ଶତକ ହାସଲ କରି ୧ ନମ୍ଵରରେ ରହିଛନ୍ତି।

ଟି-୨୦ରେ ସର୍ବାଧିକ ରନ୍‌

ମୋହାଲି ଟି-୨୦ ଜରିଆରେ ବିରାଟ ଆଉ ଏକ ରେକର୍ଡ କରିଛନ୍ତି। ସେ ୬୬ରନ କରିବା ସହ ଟି-୨୦ରେ ସର୍ବାଦିକ ରନ କରିଥିବା ଖେଳାଳି ବିବେଚିତ ହୋଇଥିଲେ। ଏହାସ ସେ ପୁଣି ରୋହିତଙ୍କୁ ପଛରେ ପକାଇଛନ୍ତି। ରୋହିତ ଟି-୨୦ରେ ୨ହଜାର ୪୩୪ ରନ କରିଥିବା ବେଳେ ବିରାଟ ୨ହଜାର ୪୪୦ ରନ କରି ସର୍ବାଧିକ ଟି-୨୦ ରନ କରିଥିବା ଖେଳାଳି ହୋଇଛନ୍ତି।

କ୍ରିକେଟରେ ସବୁ ଫର୍ମାଟରେ ୫୦ରୁ ଅଧିକ ଆଭରେଜ

ଦିନିକିଆ କ୍ରିକେଟରେ ୧ ନମ୍ଵର ବ୍ୟାଟ୍ସମ୍ୟାନ ଓ ଟେଷ୍ଟରେ ୨ ନମ୍ଵର ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ହାସଲ କରିଥିବା ବିରାଟ କୋହଲି ଏବେ ଟି-୨୦ ମଧ୍ୟ ନିଜ ଜଲଓ୍ଵା ଦେଖାଇଛନ୍ତି। ବିରାଟ ଟେଷ୍ଟ ଓ ଦିନିକିଆରେ ୫୦ ଅଧିକ ଆଭରେଜରେ ରନ ହାସଲ କରନ୍ତି। ହେଲେ ମୋହାଲି ଟି-୨୦ରେ ମଧ୍ୟ ସେ ୫୦ରୁ ଅଧିକ ଆଭରେଜରେ ରନ କରି ଏକ ରେକର୍ଡ କରିଛନ୍ତି।

Comment