ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ା ଔଷଧ ବ୍ୟବସାୟୀ ଗଗନ ସାହୁଙ୍କ ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବ ଶତ୍ରୁତା ଓ ଗଣେଶ ଭସାଣି ଗଣ୍ଡଗୋଳକୁ ନେଇ ହତ୍ୟା କରାଯାଇଛି ବୋଲି ଏସପି ନୀତି ଶେଖର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

ଗତ ୧୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ହାତୀଆ ଗାଁରେ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କୁ କିଛି ଦୁର୍ବୃତ୍ତ ଦିନ ଦିପହରେ ଗୁଳି କରି ଫେରାର ହୋଇଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାରେ ସଂପୃକ୍ତ ଥିବା ୮ ଜଣ ହତ୍ୟାକାରୀଙ୍କ ମଧ୍ୟରୁ ବର୍ତ୍ତମାନ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଏବେ ଯାଏଁ ଆଉ ୩ଜଣ ଫେରାର ରହିଛନ୍ତି।

Comment