ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆୟୋଜିତ ହୋଇଛି ‘ମୋ ବିଚ୍ କାର୍ଯ୍ୟକ୍ରମ’। ବେଳାଭୂମିକୁ ସୁନ୍ଦର ଓ ସ୍ୱଚ୍ଛ ଭାବେ ଗଢ଼ି ତୋଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବେଳାଭୂମି ସଫେଇ କାର୍ଯ୍ୟକ୍ରମ। ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟକ୍ରମ।

ପୁରୀକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ପୁରୀ ଭ୍ରମଣ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୁରୀ ବେଳାଭୂମି ବି ବୁଲିବାକୁ ଆସନ୍ତି। ପୁରୀକୁ ଅଧିକ ଆକର୍ଷଣୀୟ ସ୍ୱଚ୍ଛ ରଖିବା ପାଇଁ ଆରମ୍ଭ ହୋଇଛି ମୋ ବିଚ୍ କାର୍ଯ୍ୟକ୍ରମ। ପୁରୀ ବେଳାଭୂମିରୁ ଅସ୍ତରଙ୍ଗ ଅରଖକୁଦା ଯାଏଁ ସଫେଇ ଅଭିଯାନ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାର ପ୍ରାୟ ୧୦୦ କିଲୋମିଟର ଯାଏଁ ବେଳାଭୂମି ସଫା କରିବା ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଲୋକ। ଆଜି ସକାଳୁ ଏହି ଅଭିଯାନ ଆରମ୍ଭ ହୋଇଯାଇଛି।

ପୁରୀକୁ ଡଷ୍ଟବିନ୍‌ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ। ପ୍ରଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବେଳାଭୂମିର ସଫେଇ କରୁଛନ୍ତି।

ବେଳାଭୂମି ସଫା ରଖିବା ସହ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ସେ ଏକ ବାଲୁକା କଳା କରି ପୁରୀକୁ ସ୍ଵଚ୍ଛ ଓ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ବାର୍ତ୍ତା ଦେଇଛନ୍ତି।

Comment