ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର, ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଅକ୍ଟୋବର ୨୧ରେ ଉଭୟ ରାଜ୍ୟରେ ନିର୍ବାଚନ ହେବାକୁ ଥିଲାବେଳେ ୨୪ରେ ଭୋଟ ଗଣତି ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ସାମ୍ବାଦିକ ସମ୍ମଳିନୀ କରି ଏହି ତାରିଖ ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ପାଇଁ ସେପ୍ଟେମ୍ବର ୨୭ରେ ବିଜ୍ଞପ୍ତି ଜାରି କରାଯିବ। ଅକ୍ଟୋବର ୪ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଅକ୍ଟୋବର ୫ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଆକ୍ଟୋବର ୭ ନିର୍ଦ୍ଧାରଣ କରାଯାଇଛି। ନିର୍ବାଚନୀ ପ୍ରଚାର ପାଇଁ ଅକ୍ଟୋବର ୧୯କୁ ଶେଷ ଦିନ ଭାବେ ଘୋଷଣା କରାଯାଇଛି।

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ରହିଥିଲା ବେଳେ  ହରିୟାଣାରେ ୯୦ ଆସନ ରହିଛି।

Comment