ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରାଫିକ ନିୟମ ୩ମାସ କୋହଳ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବଧିକାର କମିସନ। ଯଦି ଏହି ସମୟ ମଧ୍ୟରେ ଦୁର୍ଘଟଣା ଘଟେ ତେବେ ଦାୟୀ କିଏ? ଲାଇସେନ୍ସ ଓ ବୀମା ନଥିବା ବ୍ୟକ୍ତି ଗାଡ଼ି ଚଲାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବଧିକାର କମିଶନ।

ଟ୍ରାଫିକ ନିୟମ ୩ମାସ କୋହଳ ହେବା ପରେ ଦୁର୍ଘଟଣା ବଢ଼ିଛି। ଏହାସହ ଟ୍ରାଫିକ ପୋଲିସ ଆଇନ ଉଲ୍ଲଘଂଲକାରୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି ବୋଲି ମାନବଧିକାର କମିସନ କହିଛନ୍ତି।

ଏହାସହ କାଗଜ ପତ୍ର ନଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କ୍ଷତିପୂରଣ କିଏ ଦେବ? ସ୍କୁଲ ପିଲା ଯାଉଥିବା ଗାଡ଼ି ନିୟମିତ ଯାଞ୍ଚ ହେଉଛି କି ନାହିଁ ମାନବଧିକାର କମିସନ ପ୍ରଶ୍ନ କରିଛନ୍ତି।

ନୂଆ ଟ୍ରାଫିକ ନିୟମ ଆସିବା ପରେ ରାଜ୍ୟରେ ଜୋରଦାର ଯାଞ୍ଚ ଆରମ୍ଭ ହୋଇଥିଲା। ମୋଟା ଅଙ୍କର ଫାଇନ ମଧ୍ୟ କଟା ଯାଇଛି। ହେଲେ ପରେ ରାଜ୍ୟ ସରକାର ଏହାକୁ ୩ ମାସ କୋହଳ କରିଥିଲେ।

Comment