ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର ବନଖଣ୍ଡ ଏବଂ ଏମ.ଅସ୍. ସ୍ୱାମୀନାଥନ ରିସର୍ଚ ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଆୟୁର୍ବେଦିକ ଔଷଧ ବିକ୍ରେତା ଓ କ୍ରେତାମାନଙ୍କୁ ନେଇ ୨ ଦିନିଆ ଆବାସିକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବବିବିଧତା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି।

ଏହାକୁ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏ. କେ ପାଠକ ପ୍ରଦୀପ ପ୍ରଜ୍ୱଳ କରି ଶିବିରକୁ ଉଦଘାଟନ କରିଥିଲେ। ଏହାସହ ଔଷଧୀୟ ଉଭିଦର ସଂରକ୍ଷଣ, ଚାଷ ବିକ୍ରୟ ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନ ସମୟରେ ଔଷଧୀୟ ବୃକ୍ଷ ଲୋପ ପାଇ ଯାଇ ଯାଉଥିବା ବେଳେ ଏହାର ସୁରକ୍ଷା ଦିଗରେ ଚାଷୀ ମାନଙ୍କୁ ସଚେତନ କରାଇଥିଲେ।

ଆରସିସିଏଫ ସୁଦିପ୍ତ ଦାସ ସ୍ୱାଗତ ଭାଷଣ ଦେଇ କାଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ସ୍ୱାମୀନାଥନ ରିସର୍ଚ ଫାଉଣ୍ଡେସନର ନିର୍ଦ୍ଦେଶକ କ୍ରିଷ୍ଣକୁମାର.କେ.ନଭଲାତି କାଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ଉପରେ ଟିପ୍ପଣୀ ଦେଇଥିଲେ।

ଜାତୀୟ ଔଷଧୀୟ ଉଭିଦ ବୋର୍ଡରୁ ଆସିଥିବା ପରାମର୍ଶଦାତା ହରମୋହନ ମହାରଥୀ, ରାଜ୍ୟ ଔଷଧୀୟ ଉଭିଦ ବୋର୍ଡ ପରାମର୍ଶଦାତା ଅନିଲ କୁମାର ଦାସ, ଜୟପୁର ଆତ୍ମା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଜି.ଏସ୍ ବରିହା, ପ୍ରମୁଖ ଉପସ୍ଥିତ ରହି ଆୟୁର୍ବେଦ ଚିକିତ୍ସା ବିଷୟରେ ସଚେତନ କରାଇଥିଲେ।

ଜୟପୁ ବନଖଣ୍ଡିୟ ଅଧିକାରି ଅଶ୍ନିନୀ କର ଶିବିରରେ ଉପସ୍ଥିତ ଥିବା ସମସ୍ତ କ୍ରେତା ଓ ବିକ୍ରେତାଙ୍କ ସହ ପ୍ରଶ୍ନତ୍ତୋର କାଯ୍ୟକ୍ରମ ସଞ୍ଚାଳିତ କରିଥିଲେ। ଓଡିଶାର ବିଭିନ୍ନ ଅଞ୍ଚଳରୁ ଏକତ୍ରୀତ ହୋଇଥିବା ଦିଶାରୀ, ଔଷଧୀୟ କ୍ରେତା ଓ ବିକ୍ରେତା ପ୍ରସ୍ତୁତ କରୁଥିବା ଚେର ମୂଳି ଔଷଧ ପ୍ରଦର୍ଶନ କରିଥିଲେ। କାଯ୍ୟକ୍ରମ ଶେଷରେ  ରାଜ୍ୟ ଔଷଧୀୟ ଉଭିଦ ବୋର୍ଡର ନୋଡାଲ ଅଫିସର ଏମ୍ ମୋତିଲାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ବୈଜ୍ଞାନିକ ପ୍ରଶାନ୍ତ ପରିଡା ସମସ୍ତ କାଯ୍ୟରେ ସହଯୋଗ କରିଥିଲେ।

Comment