ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣ୍ଡପଡ଼ାର ପୂର୍ବତନ ରାଜା ତଥା ମନ୍ତ୍ରୀ ସ୍ୱର୍ଗୀୟ ହରିହର ସିଂହ ମର୍ଦ୍ଦରାଜଙ୍କ ଏକ ପ୍ରତିମୂର୍ତ୍ତି ଖଣ୍ଡପଡ଼ା ରାଜାମହଲ ପରିସରରେ ଲୋକାର୍ପଣ କରାଯାଇଛି। ତାଙ୍କ ପୁଅ ପୂର୍ବତନ ଉପ ବାଚସ୍ପତି ବିଭୂତି ଭୂଷଣ ସିଂହ ଏହି ମୂର୍ତ୍ତିର ଅନାବରଣ କରିଥିଲେ।

ଏହି ମୂର୍ତ୍ତି ଅନାବରଣରେ ହରିହରଙ୍କ ନାତି ତଥା ବିଭୂତି ଭୂଷଣଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ଖଣ୍ଡପଡ଼ା ଅଞ୍ଚଳବାସୀ ମଧ୍ୟ ରାଜାଙ୍କୁ ରାଜମହଲରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ହରିହର ସିଂହ ୧୯୫୧ ରୁ ୧୯୭୧ ପର୍ଯ୍ୟନ୍ତ ୪ ଥର ଖଣ୍ଡପଡ଼ାର ବିଧାୟକ ରହିଥିଲେ। ଏହାସହ ୧୯୬୧ରୁ ୧୯୬୪ ମଧ୍ୟରେ ବିଜୁ ପଟ୍ଟନାୟକ ଓ ବୀରେନ ମିତ୍ରଙ୍କ ସରକାରରେ ଦୁଇ ଦୁଇ ଥର କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ।

ସେ ବିଜୁ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଏହାସହ ସେ ଜଣେ ପାଇଲଟ ମଧ୍ୟ ଥିଲେ। ହରିହର ସିଂହ ଜଣେ ସଙ୍ଗୀତ ପ୍ରିୟ ଲୋକ ଥିଲେ। ସେଥିପାଇଁ ଖଣ୍ଡପଡ଼ାରେ ଢୁମ୍ପା ସଙ୍ଗୀତର ପ୍ରଚଳନ କରିଥିଲେ।

Comment