ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏମିତି ଏକ ଦୁର୍ଗ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ଶତ୍ରୁପକ୍ଷ ଭେଦ କରିପାରିନାହାଁନ୍ତି। ଏ ଦୁର୍ଗର ପ୍ରାଚୀର ଏତେ ମଜଭୁତ୍ ଯେ, ଇଂରେଜମାନେ ଏକାଧିକ ବାର ଚେଷ୍ଟା କରି ମଧ୍ୟ ଏହାକୁ ଭେଦ କରିବାକୁ ସଫଳ ହୋଇପାରିନଥିଲେ। ରାଜସ୍ଥାନ ଭରତପୁର ସହରରେ ଥିବା ଲୌହଗଡ଼ ଦୁର୍ଗ ହେଉଛି ଏହି ଅଭେଦ୍ୟ ଦୁର୍ଗ।

୧୭୩୩ ମସିହାରେ ଜାଠ ଶାସକ ସୁରଜମଲଙ୍କ ଏହି ଦୁର୍ଗକୁ ନିର୍ମାଣ କରିଥିଲେ। ସେହି ସମୟରେ ଯୁଦ୍ଧ ହେଲେ ଦୁର୍ଗମାନଙ୍କ ଉପରେ ଗୋଳା ବାରୁଦର ବହୁଳ ପ୍ରୟୋଗ କରାଯାଉଥିଲା। ତେଣୁ ଏହି ଦୁର୍ଗକୁ ଗୋଳାବାରୁଦରୁ ରକ୍ଷାକରିବା ପାଇଁ ସ୍ୱତନ୍ତ୍ର ଉପାୟରେ ନିର୍ମାଣ କରାଯାଇଥିଲା।

ଲୌହଗଡ଼ ଦୁର୍ଗର ପଥର କାନ୍ଥକୁ ସୁରକ୍ଷିତ ରଖିବା ପାଇଁ ଏହାର ଚାରିପଟରେ ମାଟିରେ କାନ୍ଥ ମଧ୍ୟ ନିର୍ମାଣ କରାଯାଇଥିଲା। ଏହାସହ ଦୁର୍ଗ ଚାରିପାଖରେ ଗଭୀର ଗାତ ଖୋଳାଯାଇ ଏଥିରେ ପାଣି ଭର୍ତ୍ତି କରାଯାଇଥିଲା। ଯାହା ଦୁର୍ଗକୁ ଚାରିପାଖରୁ ସୁରକ୍ଷା ଯୋଗାଉଥିଲା। ମାଟିକାନ୍ଥ କାରଣରୁ ଗୋଳାବାରୁଦ ଦୁର୍ଗର କୌଣସି କ୍ଷତି କରିପାରୁନଥିଲା। ଯାହା ଫଳରେ ଶତ୍ରୁକୁ ଦୁର୍ଗ ଉପରେ ବିଜୟ ଲାଭ କରିବା କଷ୍ଟକର ହୋଇପଡ଼ୁଥିଲା।

ଏହି ଦୁର୍ଗ ଉପରେ ବିଜୟ ହାସଲ କରିବା ପାଇଁ ଇଂରେଜମାନେ ୧୩ଥର ଆକ୍ରମଣ କରିଥିଲେ। ହେଲେ ପ୍ରତିଥର ଇଂରେଜମାନେ ପରାଜୟ ହୋଇଥିଲେ। ଇଂରେଜ ଐତିହାସିକ ଜେମସ୍ ଟାଡ୍‌ ଏହି ଦୁର୍ଗର ମାଟି କାନ୍ଥକୁ ଏହାର ସବୁଠାରୁ ବଡ଼ ଶକ୍ତି ବୋଲି କହିଥିଲେ।

Comment