ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଂ ତାମିଲ ଫିଲ୍ମ ଦରବାରରେ ଜଣେ ଡ୍ୟାନ୍ସର ଭାବେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ। ଆଗାମୀ ତାମିଲ ଫିଲ୍ମ ଦରବାରରେ ରଜନୀକାନ୍ତଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିବେ ଦେବସ୍ମିତା।

୨୦୨୦ ଜାନୁଆରି ୧୪ରେ ରଜନୀକାନ୍ତଙ୍କ ଅଭିନୀତ ଦରବାର ଫିଲ୍ମ ରିଲିଜ୍ ହେବ।

ଦେବସ୍ମିତା ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର। ହେଲେ ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି।

୨୦ ବର୍ଷୀୟ ଦେବସ୍ମିତା ମାତ୍ର ୩ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟଶିକ୍ଷା କରିଥିଲେ। ଓଡ଼ିଶୀ ସହ କଥକ, ଛଉ, ସମ୍ବଲପୁରୀ, ଜାଜ, ସାଲସା ଓ ବଲିଉଡ୍ ଆଦି ଷ୍ଟାଇଲରେ ନୃତ୍ୟଶିକ୍ଷା କରିଛନ୍ତି। କେବଳ ନୃତ୍ୟଶିକ୍ଷା ନୁହେଁ ଦେବସ୍ମିତା ବିଭିନ୍ନ ପ୍ରକାର ଜାତୀୟ ଡ୍ୟାନ୍ସ ରିଆଲିଟି ସୋ’ରେ ମଧ୍ୟ ଭାଗ ନେଇ ସାରିଛନ୍ତି। ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିୱାନେ, ବୁଗି ବୁଗି ଭଳି କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିସାରିଛନ୍ତି।

ଏହାସହ ସେ ବଲିଉଡ କୋରିଓଗ୍ରାଫର ଶକ୍ତି ମୋହନଙ୍କ ଏକ ଡ୍ୟାନ୍ସ ୱାର୍କସପରେ ଏକମାସର ଟ୍ରେନିଂ ନେଇସାରିଛନ୍ତି। ବଲିଉଡରେ ଜଣେ ସଫଳ ଡ୍ୟାନ୍ସ କୋରିଓଗ୍ରାଫର ହେବାକୁ ଲକ୍ଷ୍ୟ ରଖିଛନ୍ତି ଦେବସ୍ମିତା।  ଏହାସହ ସେ କହିଛନ୍ତି ଯେ, ଆଗକୁ ଯଦି ତାଙ୍କୁ କୌଣସି ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିବ ତେବେ ସେ ନିଶ୍ଚିତ ସେଥିରେ କାମ କରିବେ।

Comment