ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ପଡ଼ିଲା ତାଲା। ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ୪ଟି ହାତୀମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ନନ୍ଦନକାନନ ଗେଟ୍‌ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଛନ୍ତି।। ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରାଣୀ ଉଦ୍ୟାନ ଗେଟ୍‌ରେ ତାଲା ପକାଇଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ଦାରୁଠେଙ୍ଗରୁ ଡମ୍ପିଂୟାର୍ଡରୁ ହିଁ ସଂକ୍ରମଣ ବ୍ୟାପୁଥିବାରୁ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ। ଏହାସହ ତୁରନ୍ତ ଏହି ଡମ୍ପିଂୟାର୍ଡକୁ ସ୍ଥାନାସ୍ତର କରିବାକୁ ଦାବି କରିଛି।

ଏହି ସମସ୍ୟାରେ ତୁରନ୍ତ ସମାଧାନ ନ ହୁଏ , ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କଂଗ୍ରେସ ବିଧାୟକ ଚେତାବନୀ ଦେଇଛନ୍ତି।

Comment