ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରଦାରେ ନିଜ ଅଭିନୟରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ତେଲୁଗୁ ଅଭିନେତା ବେଣୁ ମାଧବଙ୍କ ପରାଲୋକ।

ବୁଧବାର ମଧ୍ୟାହ୍ନରେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦୀର୍ଘଦିନ ହେବ ସେ କିଡ୍‌ନୀ ଓ ଲିଭର୍‌ ଜନିତ ରୋଗରେ ପୀଡ଼ିତ ଥିଲେ।

୧୯୬୯ରେ ତେଲେଙ୍ଗାନାର କୋଡାଡ୍‌ ସହରରେ ଜନ୍ମଗ୍ରହଣ କରିଥିଲେ ବେଣୁ। ‘ସମ୍ପ୍ରଦାୟମ୍‌’ ଫିଲ୍ମ  ଜରିଆରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।  ପାଖାପାଖି ୨୦୦ ଫିଳ୍ମରେ ଅଭିନୟ କରିଥିବା ଏହି ଅଭିନେତା ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ।  ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲ କରିଥିଲେ। ସେ ବହୁତ କମ୍‌ ଦିନରେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ।

Comment