ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳୁ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଲେ ଚର୍ବି କମିଥାଏ ବୋଲି ସମସ୍ତେ କହନ୍ତି। ଏହା ଓଜନ ଘଟାଇବା ସହିତ ଅତ୍ୟଧିକ ମେଦକୁ କମ୍ କରେ, ପେଟରେ ଥିବା ଅତ୍ୟଧିକ ଚର୍ବିକୁ କମାଇଥାଏ ବୋଲି ଅନେକ ଭାବିଥା’ନ୍ତି।

କିନ୍ତୁ ଏହାର କେତେଗୁଡ଼ିଏ ସାଇଡ୍‌ ଇଫେକ୍ଟ ବି ରହିଛି। ଏହା ମୁଖର ଔଜଲ୍ୟକୁ ଟାଣି ନିଏ। ତ୍ଵଚା ରୁକ୍ଷ ମଧ୍ୟ କରିଦିଏ। ଏହାର ଆହୁରି ଅନେକଗୁଡ଼ିଏ ଖରାପ ପ୍ରଭାବ ରହିଛି। ଯେପରିକି,

ଦାନ୍ତର ଏନାମେଲ୍ କୁ କମ୍ କରିଦିଏ। ଲେମ୍ବୁ ରସରେ ଥିବା ସାଇଟ୍ରିକ୍ ଏସିଡ୍ ଦାନ୍ତକୁ ହଳଦିଆ କରେ। ଦାନ୍ତ ମାଢ଼ି ଆଉ ମୂଳକୁ ବି ନଷ୍ଟ କରିଦିଏ।

ଲେମ୍ବୁ ସହ ଉଷୁମ ପାଣି ପେଟରେ ଥିବା ପେପସିନ୍ ନାମକ ଏନ୍ଞ୍ଜାଇମକୁ  ଆକ୍ଟିଭ୍ କରି ହୃଦ୍ ଜ୍ଵଳନର କାରଣ ହୋଇଥାଏ। ଏହା ଅଲସରର କାରଣ ବି ହୋଇପାରେ।

ଲେମ୍ବୁରେ ଭିଟାମିନ୍-ସି ରହିଛି। ବାନ୍ତି ଲାଗିଲେ ଲେମ୍ବୁ ଖାଇଲେ ଶରୀରକୁ ଆରାମ ଲାଗିଥାଏ। କିନ୍ତୁ ଦିନକୁ ୨ରୁ ଅଧିକ ଥର ଲେମ୍ବୁ ରସ ପିଇଲେ ଏହା ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ଅତ୍ୟଧିକ ଉଷୁମ ପାଣି ସହ ଲେମ୍ବୁ ରସ ସେବନ କଲେ, ଏହା ରକ୍ତରେ ଆଇରନ୍ ମାତ୍ରାକୁ ବୃଦ୍ଧି କରିଦିଏ। ଅତ୍ୟଧିକ ଆଇରନ୍ ଶରୀରର ଆଭ୍ୟନ୍ତରିଣ ଅଙ୍ଗ ପାଇଁ ହାନିକାରକ।

ମାଇଗ୍ରେନ୍ ସମସ୍ୟାକୁ ବଢ଼ାଏ। ସାଇଟ୍ରିକ୍ ଏସିଡ୍ ଥିବା ଯେକୌଣସି ପାନୀୟ ଜଳ ସ୍କିନ୍ କ୍ୟାନ୍ସରର କାରଣ ହୋଇପାରେ।

ଦୈନିକ ୧୨୦ ଏମ୍‌ଏଲ୍ ଲେମ୍ବୁ ପାଣି ପିଇବା ଉଚିତ୍। ଗର୍ଭବତୀ ଏବଂ ସ୍ତନପାନ କରାଉଥିବା ମହିଳାମାନେ ବି ଅଳ୍ପ ପରିମାଣର ଉଷୁମ୍‌ ପାଣି ଓ ଲେମ୍ବୁରସ ପିଇବା ଉଚିତ୍।

Comment