ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନାଗାସାଧୁ ବେଶରେ ଦର୍ଶକଙ୍କ ପାଖକୁ ଫିଲ୍ମ ନେଇ ଆସୁଛନ୍ତି ବଲିଉଡ୍ ଆକ୍ଟର ସୈଫ୍ ଅଲ୍ଲୀ ଖାନ୍। ସୈଫ୍ ଅଲ୍ଲୀ ଖାନଙ୍କ ଆଗାମୀ ବଲିଉଡ୍ ଫିଲ୍ମ ‘ଲାଲ୍ କପ୍ତାନ’କୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ସୈଫ୍ ମୁହଁରେ ବିଭୂତି ବୋଳି ହୋଇ ମୁଣ୍ଡରେ ଜଟା ଧାରଣ କରିଥିବା ନଜର ଆସୁଛନ୍ତି। ଏହି ଫିଲ୍ମରେ ସୈଫ୍ ଗୋଟିଏ ଭୟାନକ ଚରିତ୍ରରେ ନଜର ଆସିବେ।

“ମଣିଷ ଯେତେବେଳେ ଜନ୍ମଗ୍ରହଣ କରେ ସେହି ସମୟରେ ହିଁ କଳା ମଇଁଷିରେ ଚଢି କାଳ ତମକୁ ମାରିବା ପାଇଁ ନିଜର ଯାତ୍ରା ଆରମ୍ଭ କରିଥାଏ। ତମର ଜୀବନ ସେତେଦିନ, ଯେତେଦିନ କାଳକୁ ତମ ପାଖରେ ପହଞ୍ଚିବାକୁ ଲାଗିବ” ଏଭଳି ଏକ କଥାରୁ ଫିଲ୍ମର ଟ୍ରେଲରଟି ଆରମ୍ଭ ହେଉଛି। ଫିଲ୍ମର ଟ୍ରେଲରରେ ସୋନୀକ୍ଷୀଙ୍କ ଭଏସ୍ ଶୁଣିବାକୁ ମିଳୁଛି। ଶୁଣାଯାଉଛି ଯେ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏହି ଫିଲ୍ମରେ ଏକ ସ୍ୱତନ୍ତ୍ର ଚରିତ୍ରରେ ନଜର ଆସିବେ।

ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ନବଦୀପ୍ ସିଂହ। ଏହି ଫିଲ୍ମରେ ଦର୍ଶକ ସୈଫ୍ ଅଲ୍ଲୀ ଖାନଙ୍କ ସହ ସୋନାକ୍ଷୀ ସିହ୍ନା, ଜୋୟା ହୁସେନ୍, ଦୀପକ୍ ଡୋବରିଆଲଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଆଗାମୀ ଅକ୍ଟୋବର ୧୮ ତାରିଖରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବ।

Comment