ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ବଳ ହେଉଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ମୁଖ୍ୟ ମନ୍ଦିରରେ ସୃଷ୍ଟି ହୋଇଛି ଫାଟ। ଫଳରେ ମନ୍ଦିର ଭିତରେ ବର୍ଷା ପାଣି ଗଳୁଛି। ଏନେଇ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିସନର।

ମନ୍ଦିରରେ ଦଧିନଉତିରେ ଫାଟ ସୃଷ୍ଟି ହୋଇଛି। ମନ୍ଦିର ଗର୍ଭଗୃହ ଚଟାଣ ମଧ୍ୟ ନଷ୍ଟ ହୋଇଯାଇଛି। ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପଥର ଖସିବାର ସମ୍ଭାବନା ରହିଛି। ବର୍ଷା ହେଲେ ମନ୍ଦିର ଭିତରେ ପାଣି ଲିକ୍‌ ହେଉଛି। ତେଣୁ ମନ୍ଦିରର ମରାମତି ନିହାତି ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

୪ବର୍ଷ ହୋଇଯିବ ମନ୍ଦିର ସଫେଇ କାର୍ଯ୍ୟ ହୋଇନାହିଁ। ଏହାସହ ମନ୍ଦିରକୁ ଏଏସ୍‌ଆଇ ଅବହେଳା କରୁଛି ବୋଲି ଦେବୋତ୍ତର ବିଭାଗ ଅଭିଯୋଗ କରିଛି।

Comment