ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦା: କରଞ୍ଜିଆ ଥାନା ହାତିବାରୀ ସେବାଶ୍ରମରେ ଘଟିଛି ଅଘଟଣ। ସେବାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ସିନଗା ସୟଙ୍କ ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି।

ଗୁରୁବାର ଛାତ୍ରୀ ସିନଗା ସୟ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ସ୍କୁଲର କର୍ତ୍ତୃପକ୍ଷ ଛାତ୍ରୀ ଜଣକୁ ଡାକ୍ତରଖାନା ନ ନେଇ ହଷ୍ଟେଲ୍‌ରେ ରଖିଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ହିଁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ମୃତ ଛାତ୍ରୀର ଶବକୁ ସ୍କୁଲ ଆଗରେ ରଖି ବିକ୍ଷୋପ କରିବା ସହ ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ସେହିଭଳି ଛାତ୍ରୀ ଜଣକ ରୋଗରେ ପୀଡ଼ିତା ଥିବାବେଳେ ଅଭିଭାବକଙ୍କୁ ମଧ୍ୟ ବହୁ ବିଳମ୍ବରେ ଜଣାଇଥିବା ହେତୁ ସ୍କୁଲ ଅଧ୍ୟକ୍ଷକଙ୍କୁ ବହିଷ୍କାର ଦାବି କରିଛନ୍ତି ସ୍ଥଳନୀୟ ଲୋକ। ତେବେ ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ବାରମ୍ବାର ଏପରି ଅବହେଳା ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଉତତ୍‌କ୍ଷିପ୍ତ ହୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶିକ୍ଷକ, ହଷ୍ଟେଲ ଓ୍ଵାର୍ଡେନ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here