ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

congressକଂଗ୍ରେସ ପାଖରେ ନାହିଁ ଟଙ୍କା। ଏକଥା ଆମେ କହୁନୁ, କହୁଛନ୍ତି ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ପାଖରେ ଟଙ୍କା ନଥିବାରୁ ସେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି। ବିଜେପୁର ନିର୍ବାଚନ ଲଢ଼ିବା ପାଇଁ ପର ପାଖରେ ହାତ ପତେଇଛି ହାତ ଦଳ।

‘‘କଂଗ୍ରେସ ପାଖରେ ଟଙ୍କା ନାହିଁ। ବିଜେଡି ଏବଂ ବିଜେପି ସହିତ ଆମେ ସମକକ୍ଷ ହୋଇପାରିବୁ ନାହିଁ। ସେମାନେ ଯେମିତି ନିର୍ବାଚନ ଲଢ଼ିବେ ଆମେ ପାରିବୁ ନାହିଁ। ପ୍ରାର୍ଥିପତ୍ର ଦାଖଲ ବେଳେ ଆମେ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା କରିବୁ ନାହିଁ। କଂଗ୍ରେସକୁ ଆର୍ଥିକ ସାହାଯ୍ୟ କରିବା ପାଇଁ କିଛି ଲୋକ ଆଗେଇ ଆସିଛନ୍ତି’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିଜେପୁର ଉପ-ନିର୍ବାଚନ ରଣନୀତି ପ୍ରସ୍ତୁତିରେ ବିଜେଡି ଏବଂ ବିଜେପିଠାରୁ ଆଗରେ ରହିଛି କଂଗ୍ରେସ। ବିଜେପି ଏବଂ ବିଜେଡି କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ମାନସମନ୍ଥନ କରୁଥିବା ବେଳେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ଟିକେଟ ଦେଇଛି।

୩୦ ତାରିଖରେ ଦିଲ୍ଲୀପ ବିଜେପୁରରେ ପ୍ରାର୍ଥିପତ୍ର ଦାଖଲ କରିବେ। ହେଲେ ପ୍ରାର୍ଥିପତ୍ର ଦାଖଲ ବେଳେ କଂଗ୍ରେସର ପଟୁଆର ବାହାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିରଞ୍ଜନ। ଏହାସହ ନିରଞ୍ଜନ ଆହୁରି କହିଛନ୍ତି ଯେ ନିର୍ବାଚନ ଲଢ଼ିବାକୁ ଏଆଇସିସି ଟଙ୍କା ଦେବ ନାହିଁ।

niranjan Pattnaikନିର୍ବାଚନ ଲଢ଼ିବା ପୂର୍ବରୁ ନିରଞ୍ଜନ ହାତ ପତେଇବାକୁ ନେଇ ରାଜନୀତି ପଣ୍ଡିତ ଭିନ୍ନ ମତ ଦେଉଛନ୍ତି। ନିଜ ମୁଣ୍ଡରୁ ଦୋଷ ଖସେଇବା ପାଇଁ ନିରଞ୍ଜନ ଏଭଳି ଫର୍ମୁଲା ପ୍ରୟୋଗ କରିଥିବା ଚର୍ଚ୍ଚା ହେଉଛି।

୨୦୧୮ ଉପ-ନିର୍ବାଚନରେ ବିଜେପୁରରେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା। ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହାରିଥିଲେ। ୨୦୧୯ ନିର୍ବାଚନରେ ରିପୁନାଥ ସେଠ ମାତ୍ର ୧୪ ହଜାର ଭୋଟ ପାଇଥିଲେ। ଦିନ ଥିଲା ବିଜେପୁର କଂଗ୍ରେସର ଗଡ଼ ଥିଲା। କିନ୍ତୁ ଏହି ଗଡ଼ ଏବେ ଭାଙ୍ଗି ଯାଇଛି। ନିର୍ବାଚନ ଲଢ଼ିବା ପୂର୍ବରୁ ଟଙ୍କାକୁ ଆଳ କରି ନିରଞ୍ଜନ ଆଗୁଆ ହାତ ଟେକି ଦେଇଥିବା କୁହାଯାଉଛି।

Comment