ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡ ମହିଳା କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ସାରା ଟେଲର। ଦୀର୍ଘ ୧୩ ବର୍ଷର କ୍ରିକେଟ କ୍ୟାରିଅର ପରେ ଅବସର ନେଇଛନ୍ତି ଏହି ମହିଳା କ୍ରିକେଟର।

ଏନେଇ ସାରା ଟେଲର କହିଛନ୍ତି, “ମୋ ପାଇଁ ଏହା ସବୁଠାରୁ ଅତ୍ୟନ୍ତ କଠିନ ସମୟ ଥିଲା। ଇଂଲଣ୍ଡ ଦଳର ଅଂଶହେବା ନିହାତି ପକ୍ଷେ ଗୌରବର ବିଷୟ। ଦୀର୍ଘଦିନ ଧରି ମୁଁ ମାନସିକ ରୋଗରେ ଆକ୍ରାନ୍ତ ଥିଲି। ସେଥିପାଇଁ କ୍ରିକେଟକୁ ପର୍ଯାପ୍ତ ସମୟ ଦେଉପାରୁନିଥିଲି। ବର୍ତ୍ତମାନ ଅବସର ପରେ ମୁଁ ମୋ ରୋଗର ସଠିକ୍ ଚିକିତ୍ସା କରିପାରିବି।”

ସେ ଦଳର ଅଂଶ ଥିବା ସମୟରେ ଦଳ ୨୦୦୯ ଓ ୨୦୧୭ରେ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଏହାସହ ସେ ବ୍ୟକ୍ତିଗତ ଭାବରେ ମଧ୍ୟ ବିଭିନ୍ନ କ୍ରିକେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୨୦୧୪ ମସିହାରେ ଆଇସିସି ମହିଳା ଦିନିକିଆ କ୍ରିକେଟର ହେବାର ଗୌରବ ଅର୍ଜନ କରିଥିଲେ। ଏହାସହ ସେ ତିନି ତିନି ଥର ଆଇସିସି ମହିଳା ଟି-୨୦ କ୍ରିକେଟର ଭାବରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

ତାଙ୍କର କ୍ରିକେଟ କ୍ୟାରିଅର ମଧ୍ୟରେ ସେ ୧୦ଟି ଟେଷ୍ଟ, ୧୨୬ଟି ଦିନିକିଆ ଓ ୯୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସାରା ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ।

LEAVE A REPLY

Please enter your comment!
Please enter your name here