ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍‌ଟିଓ ଅଫିସ୍‌ ଏବଂ ମେଡିକାଲକୁ ଦଲାଲ୍‌ମୁକ୍ତ କରିବା ପାଇଁ ଅଭିଯାନ ଜାରି ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନ ତତ୍ପର ହୋଇ ଉଠିଛି। ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୫ ଦଲାଲ ଗିରଫ ହେବା ପରେ ଶନିବାର ୩୧ ଦଲାଲ୍‌ ଗିରଫ ହୋଇଛନ୍ତି। ଆଜି ଯାଜପୁରରୁ ସର୍ବାଧିକ ଦଲାଲ୍‌ ଗିରଫ ହୋଇଛନ୍ତି।

ରାଜ୍ୟର ବିଭିନ୍ନ ମେଡିକାଲରୁ ୯ ଏବଂ ଆର୍‌ଟିଓ ଅଫିସରୁ ୨୨ ଦଲାଲ ଗିରଫ ହୋଇଛନ୍ତି। ଜଗତସିଂହପୁର, ପୁରୀ ଆର୍‌ଟିଓରୁ ଜଣେ ଲେଖାଏଁ ଦଲାଲ ଗିରଫ ହୋଇଥିବା ବେଳେ ଖୋର୍ଦ୍ଧା ମେଡିକାଲରୁ ୧ ଓ ଆର୍‌ଟିଓ ଅଫିସରୁ ୩ ଦଲାଲ ଗିରଫ ହୋଇଛନ୍ତି।

କନ୍ଧମାଳରୁ ୪ ଏବଂ କୋରାପୁଟରୁ ୨ ଦଲାଲ ଗିରଫ ହୋଇଛନ୍ତି। କଳାହାଣ୍ଡି ମେଡିକାଲରୁ ୩ ଓ ଭଦ୍ରକରୁ ୨ ଦଲାଲ ଗିରଫ ହୋଇଛନ୍ତି। ଝାରସୁଗୁଡ଼ା ଆର୍‌ଟିଓ ଅଫିସ୍‌ରୁ ୨ ଦଲାଲ ଗିରଫ ହୋଇଛନ୍ତି। ଭୁବନେଶ୍ୱର ହସ୍ପିଟାଲରୁ ୩ ଦଲାଲ ଗିରଫ ହୋଇଥିବା ପୋଲିସ ଡିଜି ବି କେ ଶର୍ମା ସୂଚନା ଦେଇଛନ୍ତି।

Comment