ଓଡ଼ିଶାଲାଇଭ ବ୍ୟୁରୋ

ରାଉରକେଲା ଝିରିପାଣି ବ୍ରିଜ ଉପରୁ କୋଏଲ ନଦୀକୁ ଡେଇଁ ପଡ଼ିଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ପ୍ରଧାନପଲ୍ଲୀ ନିକଟସ୍ଥ କୋଏଲ ନଦୀରୁ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ନିଲେଶ ଦାସ। ସେ ଏମ୍‌ଜିଏମ୍‌ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ।

ସେ ଆତ୍ମହତ୍ୟା କରିଛନ୍ତି କି ନଦୀ ଭିତରକୁ ଖସି ପଡ଼ିଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣାରେ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି।

ସେପ୍ଟେମ୍ଵର ୨୬ ତାରିଖରେ ନିଲେଶ କୋଏଲ ନଦୀରେ ଖସି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଲେଶକୁ ଖୋଜାଖୋଜି କରିଥିଲେ। ହେଲେ ନିଲେଶକୁ ପାଇନଥିଲେ।

Comment