ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆର୍‌ଟିଓ କର୍ମଚାରୀ ବାନ୍ଧିବେ ନୀଳ ରଙ୍ଗର ବ୍ୟାଣ୍ଡ
  • ସର୍ଭିସ ପ୍ରୋଭାଇଡରମାନେ ସବୁଜ ରଙ୍ଗ
  • ସ୍ମାର୍ଟ କର୍ମଚାରୀଙ୍କ ପାଇଁ ହଳଦିଆ ରଙ୍ଗର ବ୍ୟାଣ୍ଡ
  • ଲାଗିବ ବଡ଼ ବୋର୍ଡ, ଲେଖା ହେବ ଫି’
  • ଆର୍‌ଟିଓ ଅଫିସ୍‌ରେ ଲାଗିବ ସିସିଟିଭି
  • ଅଭିଯୋଗ ପାଇଁ ହେଲ୍‌ପ୍‌ ଲାଇନ୍ ନମ୍ବର

ଆର୍‌ଟିଓ ଅଫିସ ହେବ ଦଲାଲମୁକ୍ତ। ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ଦଲାଲଙ୍କୁ ଜାଣିବା ପାଇଁ ଆର୍‌ଟିଓ ଅଫିସର କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଣ୍ଡ ଆସିବ। ଏହି ବ୍ୟାଣ୍ଡକୁ କର୍ମଚାରୀମାନେ ହାତରେ ବାନ୍ଧିବେ। ଏହି ବ୍ୟାଣ୍ଡରୁ ହିଁ ଜଣାପଡ଼ିବ କିଏ ଦଲାଲ୍ ଏବଂ କିଏ ଆର୍‌ଟିଓ କର୍ମଚାରୀ।

ଆର୍‌ଟିଓ ଅଫିସ୍‌ରେ କାମ କରୁଥିବା କର୍ମଚାରୀମାନେ ନୀଳ ରଙ୍ଗର ବ୍ୟାଣ୍ଡ ବାନ୍ଧିବେ। ସର୍ଭିସ ପ୍ରୋଭାଇଡରମାନେ ସବୁଜ ରଙ୍ଗ ଏବଂ ସ୍ମାର୍ଟ କର୍ମଚାରୀମାନେ ହଳଦିଆ ରଙ୍ଗର ବ୍ୟାଣ୍ଡ ବାନ୍ଧିବେ।

ଏହାସହ ଆରଟିଓ ଅଫିସ୍‌ରେ ବଡ଼ ଚାଟ୍‌ ବୋର୍ଡ ଲାଗିବ। ଏଥିରେ ବଡ଼ ଅକ୍ଷରରେ ଫି’ ଲେଖାଯିବ।

ଦଲାଲଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ଟୋଲ୍‌ ଫି’ ନମ୍ବର ଜାରି କରିଛି ରାଜ୍ୟ ପରିବହନ ବିଭାଗ। ଏହସହ ସବୁ ଆର୍‌ଟିଓ ଅଫିସ୍‌ରେ କିଓସ୍କ ମେସିନ୍ ଏବଂ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲ୍‌ପ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍‌ପ ଡେସ୍କ ନମ୍ବର – ୧୮୦୦ ୩୪୫ ୧୦୭୩ରେ ଲୋକେ ଅଭିଯୋଗ କରିପାରିବେ।

Comment