ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡା ଏବଂ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି। ଏହି ତିନି ପ୍ରାର୍ଥୀ ସୋମବାର ଦିନ ବରଗଡ଼ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ପ୍ରାର୍ଥିପତ୍ର ଦାଖଲ କରିବେ।

ସୋମବାର ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହିଁ। କଂଗ୍ରେସ ଏଥର ପ୍ରାର୍ଥିପତ୍ର ଦାଖଲ ବେଳେ ଶୋଭାଯାତ୍ରା କରିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଗୁଆ ସ୍ପଷ୍ଟ କରିଛନ୍ତି।

ସେହିପରି ବିଜେଡି ଏବଂ ବିଜେପି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ଯିବେ। ତିନି ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ନିଜ ନିଜ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ।

Comment