ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଗାପୂଜା ପୂର୍ବରୁ ରାଉରକେଲାରେ ଅଘଟଣ। ମୀନା ବଜାରରେ ଦୋଳି ଛିଡ଼ି ୪ ଜଣ ଆହତ ହୋଇଛନ୍ତି। ଘଟଣାଟି ରାଉରକେଲାସ୍ଥିତ ସେକ୍ଟର-୧୬ରେ ଘଟିଛି। ଦୋଳି ବାନ୍ଧୁଥିବା ବେଳେ ଏହି ଅଘଟଣ ଘଟିଛି।

ଦଶହରା ପାଇଁ ରାଉରକେଲା ପ୍ରସ୍ତୁତ ହେଉଥିବା ବେଳେ ଏପରି ଏକ ଅଘଟଣ ଘଟିଛି। ଦୁର୍ଗାପୂଜା ପାଇଁ ପଡ଼ଥିବା ମିନାବଜାରରେ ଦୋଳି ବାନ୍ଧୁଥିବା ବେଳେ ଏହା ଛିଡ଼ି ଯାଇଥିଲା। ଫଳରେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comment