ଓଡ଼ିଶାଲାଇଭ ବ୍ୟୁରୋ

ମଉଜ ମଉଜରେ ବ୍ଲାଙ୍କ ଫାୟରିଂ କରିବା ପଡ଼ିଲା ମହଙ୍ଗା। ପୁରୀ ଜିଲ୍ଲା ବାଲିସାହି ତେଲି ପଡ଼ିଆରେ ଏକ ଉତ୍ସବ ବେଳେ ନାରାୟଣ ସାହୁ ଓ ତାଙ୍କ ସୁରକ୍ଷାକର୍ମୀ ନାଚିନାଚି ଫାଙ୍କା ଗୁଳି ଚାଳନା କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ତେବେ ରବିବାର ସେମାନଙ୍କୁ ଗିରଫ କରିଛି ପୋଲିସ।

୩ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶର ଓ ଜଣେ ଖଣ୍ଡଗିରି ଅଞ୍ଚଳର। ତାଙ୍କଠାରୁ ଦୁଇଟି ବନ୍ଧୁକ, ଗୋଟିଏ କାର, ଓ ବାଇକ ଜବତ କରିଛି ପୋଲିସ।

ସେପ୍ଟେମ୍ଵର ୨୭ ତାରିଖରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ପୁରୀର ଯୁବ ବ୍ୟବସାୟୀ ନାରାୟାଣ ସାହୁ ଓ ତାଙ୍କ ସୁରକ୍ଷାକର୍ମୀମାନେ ଏକ ଷ୍ଟେଜ ପୋଗ୍ରାମରେ ନାଚୁଥିଲେ। ହେଲେ ଏଥିରେ ସୁରକ୍ଷାକର୍ମୀମାନେ ଫାଙ୍କାଗୁଳିଚାଳନା କରୁଥିବାର ନଜର ଆସିଥିଲା। ପରେ ଏହାକୁ ନେଇ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Comment