ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ୧୨ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
ସେରିଫେଡ୍ ଓ ଉତ୍କଳ ଆଲୁମିନାର ପରିଚାଳନା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁଙ୍କୁ ଓସ୍ଡମାର ସିଜିଏମ୍ ଭାବେ ବଦଳି କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିସନରୂ ଯୁଗ୍ମ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଶ୍ରୀ ସାହୁଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି।
ଯାଜପୁର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରାଙ୍କୁ କଳିଙ୍ଗନଗର ଆର୍ଆଇସିର ମହାପ୍ରବନ୍ଧକ ଭାବେ ବଦଳି ହୋଇଥିଲା ବେଳେ ସେଠାରେ ଥିବା ଇନ୍ଦ୍ରମଣି ନାୟକଙ୍କୁ ଯାଜପୁର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଦେହୁରୀଙ୍କ ସ୍ଥାନରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଥିବା ଦୋଳମଣି ପଟେଲଙ୍କୁ ନିଯୁକ୍ତି ଦିଆଯିବ। ସୁନ୍ଦରଗଡ଼ର ନୂଆ ଉପଜିଲ୍ଲାପାଳ ଭାବେ ବାଲିଶଙ୍କରାର ବିଡିଓ ଅଭିମନ୍ୟୁ ବେହେରାଙ୍କୁ ନିଯୁକ୍ତି ଦିଆଯିବ।
କରଞ୍ଜିଆର ଉପଜିଲ୍ଲାପାଳ ଶରତ କୁମାର ପୁରୋହିତଙ୍କୁ ପରିବହନ କମିସନଙ୍କ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
କରଞ୍ଜିଆର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ବାଲିଗୁଡ଼ା ଆଇଟିଡିଏପିଏ ରାଜେନ୍ଦ୍ର କୁମାର ରଞ୍ଜିତ। କେନ୍ଦୁଝର ଉପଜିଲ୍ଲାପାଳ ସୋନା ଟୁଡୁଙ୍କୁ କରଞ୍ଜିଆର ଅତିରିକ୍ତ ଉପଜିଲ୍ଲାପାଳ ଓ ମାଲକାନଗିରି ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗାୟତ୍ରୀ ଦେବୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଭୂ-ଅଧିକାରୀ ଭାବେ ନିଯୁକ୍ତି ମିଳିଛି।
ଢେଙ୍କାନାଳ ଡିଆର୍ଡିଏର ଅତିରିକ୍ତ ପ୍ରଳକ୍ପ ନିର୍ଦ୍ଦେଶକ ବସନ୍ତ କୁମାର ମାଝିଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି କରାଯାଇଛି।


















