ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଧନୋଆଙ୍କ ପରେ ଏୟାର ମାର୍ଶାଲ ରାକେଶ ସିଂହ ଭଦୌରିଆ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ସୋମବାର ବାୟୁସେନା ମୁଖ୍ୟାଳୟରେ ବିଏସ୍‌ ଧନୋଆଙ୍କଠୁ  ଭଦୌରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ତଥ୍ୟ…

ଚଳିତ ବର୍ଷ ଆରମ୍ଭରେ ପ୍ରଥମ ବାୟୁସେନା ଅଧିକାର ଭାବେ ଫ୍ରାନ୍ସରେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଥିଲେ ଭଦୌରିଆ।

ବାୟୁସେନାର ଉପମୁଖ୍ୟ ଥିବା‌ ଭଦୋରିଆ ୧୯୮୦ ଜୁନ୍‌ରେ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ‌ଯୋଗ ଦେଇଥିଲେ। ବାୟୁସେନାର ଉପମୁଖ୍ୟ ହେବା ପୂର୍ବରୁ ଭଦୋରିଆ ବାୟୁସେନାର ବେଙ୍ଗାଲୁରୁ ଟ୍ରେନିଂ କମାଣ୍ଡର ମୁଖ୍ୟ ଥିଲେ।

ଏନ୍‌ଡିଏ (ଜାତୀୟ ପ୍ରତିରକ୍ଷା ଏକାଡେମି)ର ସେ କମାଣ୍ଡାଣ୍ଟ୍‌ ଥିଲେ।

ଭଦୋରିଆ ମା‌ର୍ଚ୍ଚ ୧, ୨୦୧୭ରୁ ଉତ୍ତର ଏୟାର କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି।

୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମିଗ ୨୧ ଯୁଦ୍ଧ ବିମାନ ଥିବା ୧୭ ସ୍କ୍ୱାଡ୍ରନର ସେ କମାଣ୍ଡର ଥିଲେ।

Comment