ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଏୟାର ମାର୍ସାଲ୍‌ ଆର୍‌କେଏସ୍‌(ରାକେଶ କୁମାର ସିଂହ) ଭଦୌରିଆ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ। ବାୟୁସେନା ଏବେ ବାୟୁସେନା ମୁଖ୍ୟ ଥିବା ବିଏସ୍‌ ଧନୋଆ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବେ। ସେ ଅବସର ନେବାପରେ ଭଦୋରିଆ ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରାଳୟ ତାଙ୍କ ଭଦୌରିଆଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛି। ଆସନ୍ତା ୩ ବର୍ଷ ଯାଏଁ ସେ ଏହି ଦାୟିତ୍ୱରେ ରହିବେ।

ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ତଥ୍ୟ…

ଚଳିତ ବର୍ଷ ଆରମ୍ଭରେ ପ୍ରଥମ ବାୟୁସେନା ଅଧିକାର ଭାବେ ଫ୍ରାନ୍ସରେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଥିଲେ ଭଦୌରିଆ।

ବାୟୁସେନାର ଉପମୁଖ୍ୟ ଥିବା‌ ଭଦୋରିଆ ୧୯୮୦ ଜୁନ୍‌ରେ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ‌ଯୋଗ ଦେଇଥିଲେ। ବାୟୁସେନାର ଉପମୁଖ୍ୟ ହେବା ପୂର୍ବରୁ ଭଦୋରିଆ ବାୟୁସେନାର ବେଙ୍ଗାଲୁରୁ ଟ୍ରେନିଂ କମାଣ୍ଡର ମୁଖ୍ୟ ଥିଲେ।

ଏନ୍‌ଡିଏ (ଜାତୀୟ ପ୍ରତିରକ୍ଷା ଏକାଡେମି)ର ସେ କମାଣ୍ଡାଣ୍ଟ୍‌ ଥିଲେ।

ଭଦୋରିଆ ମା‌ର୍ଚ୍ଚ ୧, ୨୦୧୭ରୁ ଉତ୍ତର ଏୟାର କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି।

୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମିଗ ୨୧ ଯୁଦ୍ଧ ବିମାନ ଥିବା ୧୭ ସ୍କ୍ୱାଡ୍ରନର ସେ କମାଣ୍ଡର ଥିଲେ।

Comment