ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ସୁରକ୍ଷା କ୍ଷେତ୍ରରେ ପ୍ରଥମ ଥର ଏକ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି। ଆଗାମୀ ଦିନରେ ୩ ସାଙ୍ଗଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ ରହିବ, ଅର୍ଥାତ ୩ ସେନା ତଥା ବାୟୁସେନା ମୁଖ୍ୟ, ନୌସେନା ମୁଖ୍ୟ ଓ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବାକୁ ଥିବାକୁ ମନୋଜ ମୁକୁନ୍ଦ ନରଓ୍ୱାଣେ ପୁରୁଣା ସାଙ୍ଗ ବୋଲି ଜଣାପଡ଼ିଛି।
ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ, ନୌସେନା ମୁଖ୍ୟ କରମବୀର ସିଂହ ଓ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ମନୋଜ ନରଓ୍ୱାଣେ ଏନଡିଏରେ ଏକାସାଙ୍ଗରେ ପାଠ ପଢ଼ୁଥିଲେ। ତିନି ଅଫିସରଙ୍କ ବାପା ମଧ୍ୟ ବାୟୁସେନାରେ ଏକତ୍ର କାମ କରିଥିଲେ।
ଅନ୍ୟପକ୍ଷରେ ବାୟସେନା ମୁଖ୍ୟ ମାର୍ଶାଲ ଭଦୌରିୟା, ମନୋରଜ ନରଓ୍ୱାଣେ ଏନଡିଏରେ ‘ଲିମା’ ସ୍କ୍ୱାଡ୍ରନରେ କାମ କରିଥିଲେ। ସେହିପରି ନୌସେନା ମୁଖ୍ୟ କରମବୀର ସିଂହ, ମନୋଜ ନରଓ୍ୱାଣେ ଏନ୍ଡିଏ ଜଏନ କରିବା ପୂର୍ବରୁ ଗୋଟିଏ ସ୍କୁଲରେ ପାଠ ପଢ଼ୁଥିଲେ।
ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ଏହାପରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଜେନେରାଲ୍ ମନୋଜ ମୁକୁନ୍ଦ ନରୱାଣେଙ୍କୁ ବଛାଯାଇଛି।
ନରୱାଣେ ବର୍ତ୍ତମାନ ସ୍ଥଳ ସେନାର ଉପମୁଖ୍ୟ ପଦରେ ଅଛନ୍ତି। ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ ଅବସର ନେବା ପରେ ନରୱାଣେ ଏହି ପଦରେ ରହିବେ। ଏହି ଦାୟିତ୍ୱ ନେବା ପରେ ଦେଶର ସୁରକ୍ଷା ଦାୟିତ୍ୱ ୩ ସାଙ୍ଗଙ୍କ ହାତରେ ରହିବ।