ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସ୍ଥଳସେନାର ଉପମୁଖ୍ୟ ପଦ ମଣ୍ଡନ କରିଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି। ସେନାର ୪୨ତମ ଉପମୁଖ୍ୟ  ଭାବେ ନୂଆ ଦିଲ୍ଲୀରେ ଆଜି ସେ ଦାୟିତ୍ୱ ନେଇଛନ୍ତି।

ଭାରତୀୟ ସେନାର ଉପମୁଖ୍ୟ ଥିଲେ ଏସ୍‌କେ ସାଇନି। ଜାନୁଆରି ୩୧ରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ଚଣ୍ଡି ପ୍ରସାଦ ତାଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି। ଚଣ୍ଡି ପ୍ରସାଦ ମହାନ୍ତି ସାଉଥେର୍ଣ୍ଣ କମାଣ୍ଡ୍‌ର କମାଣ୍ଡର ଥିଲେ।

ପାକିସ୍ତାନ ଓ ଚୀନ ସୀମାରେ ବିଭିନ୍ନ ଅପରେସନ୍ ସହିତ ଆସାମ୍‌ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ଅଭିଜ୍ଞତା ରହିଛି। ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ମଧ୍ୟ ସେ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ। ତାଙ୍କ ଲେଫ୍ଟନାଣ୍ଟ ଜେନେରାଲ୍ ଜେ. କେ. ମହାନ୍ତି ପ୍ରଥମ ଓଡ଼ିଆ ଆର୍ମି କମାଣ୍ଡର ଭାବେ କେନ୍ଦ୍ରୀୟ ମୁଖ୍ୟ ଭାବେ ନଯୁକ୍ତି ପାଇଥିଲେ।

ଚଣ୍ଡିପ୍ରସାଦଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼ ଅଞ୍ଚଳରେ।

Comment