ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ନୌସେନାରେ ୩ ଜଣ ମହିଳା ପାଇଲଟ୍‌ଙ୍କୁ ପ୍ରଥମ ବ୍ୟାଚ୍‌ ଭାବେ ସାମିଲ କରାଯାଇଛି। ଏହି ୩ ମହିଳା ପାଇଲଟ ହେଲେ ନୂଆଦିଲ୍ଲୀ ମାଳବୀୟ ନଗରର ଲେଫ୍ଟନାଣ୍ଟ ବିଦ୍ୟା ଶର୍ମା, ଉତ୍ତରପ୍ରଦେଶର ଲେଫ୍ଟନାଣ୍ଟ ଶୁଭାଙ୍ଗୀ ସୋରଷ ଓ ବିହାର ମୁଜାଫରପୁରର ଲେଫ୍ଟନାଣ୍ଟ ଶିବାଙ୍ଗୀ।

ନୌସେନାରେ ଏଣିକି ସମସ୍ତ ମିଶନରେ ଡୋନିୟର ଏୟାରକ୍ରାଫ୍ଟ ପରିଚାଳନା କରିବେ ଏହି ୩ ମହିଳା ପାଇଲଟ। ପ୍ରଥମ ପର୍ଯ୍ୟାୟରେ ଏହି ୩ ପାଇଲଟଙ୍କୁ ବାୟୁସେନା ଓ ନୌସେନା ପକ୍ଷରୁ ଟ୍ରେନିଂ ଦିଆଯାଇଥିଲା। ପରେ ଡୋନିୟର ଅପରେସନାଲ ପ୍ଲାଇଂ ଟ୍ରେନିଂ ଦିଆଯାଇଥିଲା। ଏହି ୩ ଜଣଙ୍କ ମଧ୍ୟରୁ ଗତବର୍ଷ ଡିସେମ୍ବରରେ ଲେଫ୍ଟନାଣ୍ଟ ଶିବାଙ୍ଗୀ ନୌସେନାରେ ପାଇଲଟ ଭାବେ କୃତକାର୍ଯ୍ୟ ହୋଇଥିଲେ।

ଗତ ଗୁରୁବାର ଦିନ ଆଇଏନଏସ୍‌ ଗରୁଡରେ ଅନୁଷ୍ଠିତ ପାସିଂ ଆଉଟ କାର୍ଯ୍ୟକ୍ରମରେ ଏମାନଙ୍କୁ ସମ୍ମାନିତ କରାଯାଇଥିଲା।

Comment