ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ଵରରେ ପ୍ରସ୍ତୁତି ଜୋର ଧରିଛି। ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଟ୍ଵିନ୍‌ ସିଟିରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଟ୍ରାଫିକ ଆଡଭାଇଜରି ଜାରି ହେବା ସହ ନିୟମ କଡ଼ାକଡ଼ି କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଚଳିତବର୍ଷ ରାଜଧାନୀ ଭୁବନେଶ୍ଵରରେ ୧୭୦ ମଣ୍ଡପରେ ମା’ ଦୁର୍ଗାପୂଜା ପାଉଥିବା ବେଳେ କଟକରେ ୧୫୬ଟି ମଣ୍ଡପରେ ପୂଜା ପାଇବେ। ଚଳିତ ବର୍ଷ କଟକରେ ୨୭ଟି ଚାନ୍ଦି ମେଢ଼ ହେବ।

ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦଶହରା ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ। ଏହାସହ ଭୁବନେଶ୍ଵରରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯିବ ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

Comment