ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ଆରଟିଓକୁ ଦଲାଲମୁକ୍ତ କରିବା ପାଇଁ ଏବେ ଦଲାଲ ହଟାଓ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ଆରଟିଓ-୨ ପରିସରରୁ ଦଲାଲମାନଙ୍କ ଜବରଦଖଲ ଉଚ୍ଛେଦ କରାଯାଇଛି। ଆରଟିଓ-୨ ପରିସରରେ ଥିବା ଦଲାଲମାନଙ୍କ ବିଭିନ୍ନ ଆସ୍ଥାୟୀ ଦୋକାନ ଘର ଆଦିକୁ ଉଚ୍ଛେଦ କରାଯାଇଛି।

ସୋମବାର ଭୁବନେଶ୍ୱର ଆଚାର୍ଯ୍ୟବିହାର ନିକଟରେ ଥିବା ଆରଟିଓ-୧ କାର୍ଯ୍ୟାଳୟ ଚାରିପାଖରୁ ଦଲାଲମାନେ କରିଥିବା ବିଭିନ୍ନ ଅସ୍ଥାୟୀ ଦୋକାନ ଘରକୁ ଉଚ୍ଛେଦ କରାଯାଇଥିଲା। ମଙ୍ଗଳବାର ଠିକ୍ ସମାନ ଢଙ୍ଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆରଟିଓ-୨ କାର୍ଯ୍ୟାଳୟ ପରିସର ଚାରିପାଖରୁ ଦଲାଲମାନଙ୍କ ଦୋକାନ ଘରଗୁଡ଼ିକୁ ଉଚ୍ଛେଦ କରାଯାଇଛି। ବିଡିଏ ଓ ବିଏମସିର ମିଳିତ ପ୍ରୟାସରେ ଆଜି ଏହି ଉଚ୍ଛେଦ ପକ୍ରିୟା କରାଯାଇଛି।

ଏହାସହ ଘଟଣାସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହେବା ଅନୁମାନ କରି ଉଚ୍ଛେଦ ସ୍ଥଳରେ ପୋଲିସ୍ ମଧ୍ୟ ମୁତୟନ କରାଯାଇଥିଲା। ରାଜ୍ୟର ସମସ୍ତ ଆରଟିଓକୁ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment