ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସାରାଦେଶରେ ପାଳନ ହେଉଛି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।

ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ। ସେ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ସେହିପରି ଦେଶର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିବା ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨ତାରିଖ ୧୯୦୪ରେ ଜନ୍ମଗ୍ରହଣ କରିଥିଲେ।

ଆଜି ସାରାଦେଶରେ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମଜୟନ୍ତୀ ପାଳନ ହେଉଥିବାବେଳେ ମହାପୁରୁଷ ଶାସ୍ତ୍ରୀଜୀଙ୍କର ଏହାହେଉଛି ୧୧୪ତମ ଜୟନ୍ତୀ।

ଅହିଂସା ଉପାୟରେ ଦେଶକୁ ସ୍ୱାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ। ତାଙ୍କ ନେତୃତ୍ୱରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା। ସେହିପରି ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା।

ଆଜି ତାଙ୍କର ଜନ୍ମଜୟନ୍ତୀ ଅବସରରେ ସାରାଦେଶ ଏହି ଦୁଇ ଯୁଗପୁରୁଷଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

Comment