ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ବର୍ଷା କାରଣରୁ ଅଧାରୁ ବାତିଲ୍ ହୋଇଯାଇଛି। ପ୍ରଥମ ଦିନ ଖେଳରେ ଭାରତ ବିନା କୌଣସି ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିନେଇଛି।

ଆଜି ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ। ଭାରତର ଟେଷ୍ଟ ଟିମ୍‌ର ଓପନର ଭାବେ ସାମିଲ ହୋଇଥିବା ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଦଳପାଇଁ ଇଂନିସ ଓପନ କରିଥିଲେ।

ତେବେ ପ୍ରଥମ ସେସନ ଚା ବିରତି ସୁଦ୍ଧା ଭାରତୀୟ ଓପନର ରୋହିତ ଶର୍ମା ନିଜର ଅର୍ଦ୍ଧଶତକ ଅର୍ଜନ କରିସାରିଥିଲେ। ଏହାପରେ ଦ୍ୱିତୀୟ ସେସନରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ରୋହିତଙ୍କ ରାଜୁତି ଦେଖିବାକୁ ମିଳିଥିଲା। ଦ୍ୱିତୀୟ ସେସନରେ ରୋହିତ ନିଜର ଶତକ ପୂରଣ କରିଥିବାବେଳେ ମୟଙ୍କ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ।

ଦକ୍ଷିଣ ଆଫ୍ରିକା ତାର ବୋଲିଂରେ ମୋଟ ପାଞ୍ଚଜଣ ବୋଲରଙ୍କୁ ନିଯୁକ୍ତ କରିଥିଲେ ସୁଦ୍ଧା ଜଣେ ବି କେହି ବୋଲର ୱିକେଟ ନେବାକୁ ସକ୍ଷମ ହୋଇପାରିନାହାନ୍ତି। ମୁଖ୍ୟତଃ ସ୍ପିନରମାନଙ୍କୁ ପ୍ରହାର କରିଛନ୍ତି ଭାରତୀୟ ଓପନର।

୫୯ ଓଭର ଶେଷ ହେବାପରେ ୬୦ତମ ଓଭରର ପ୍ରଥମ ବଲ ପଡ଼ିବା ସହ ଫିଲ୍ଡ ଅମ୍ପାୟାର ଦୁଇଜଣ ପରସ୍ପର ମଧ୍ୟରେ କଥାହେବା ସହ ଖେଳାଳିମାନଙ୍କୁ ପଡ଼ିଆ ଛାଡ଼ିବାକୁ ନିର୍ଦ୍ଧେଶ ଦେଇଥିଲେ। ଲଗାଣ ବର୍ଷା ଓ ଖରାପ ଲାଇଟ୍ କାରଣରୁ ପ୍ରଥମ ଦିନର ଖେଳକୁ ଅଧାରୁ ବାତିଲ କରିଥିଲେ ଅମ୍ପାୟାର।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ରୋହିତ ୧୧୫ ରନ ସଂଗ୍ରହ କରିଥିବା ବେଳେ ଓ ମୟଙ୍କ  ୮୪ ରନ କରି ଅପରାଜିତ ଅଛନ୍ତି।

Comment