ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଜାତିର ପିତା ମାହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସର୍ବୋଦୟ ମଣ୍ଡଳର ମିଳିତ ଅନୁକୂଲ୍ୟରେ ଏକ ଶୋଭାଯାତ୍ରା ବାହାରି ଥିଲା।

ଏହି ଶୋଭାଯାତ୍ରା ଗଜପତି ଛକରୁ ବାହାରି ବସ୍‌ଷ୍ଟାଣ୍ଡ ଛକ ଦେଇ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷାର୍ଥୀ ମାନବଶୃଙ୍ଖଳ କରି ସହର ପରିକ୍ରମା କରିଥିଲେ।

ଉଦ୍ୟାନରେ ଥିବା ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ ହୋଇଥିଲା।

ମାହାତ୍ମାଙ୍କ ସତ୍ୟ, ଅହିଂସା ମାର୍ଗକୁ ଅନୁସରଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧିର ଦାସ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଜୟରାମ ଜେନା, ବିଶିଷ୍ଟ ଗାନ୍ଧୀବାଦୀ ନେତା ଶାନ୍ତି ଅପା, ବିଶିଷ୍ଟ ଶିକ୍ଷାବିତ୍‌ ଦୁଷ୍ମନ୍ତ କୁମାର ମହାନ୍ତି, ସମାଜସେବୀ ବାଦଲ ତା ଏବଂ ଅନ୍ୟ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Comment