ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛନ୍ତି ଦୁର୍ଗତୀନାଶିନୀ, ଜଗତଜନନୀ ମା’ ଦୁର୍ଗା। ଏଥିପାଇଁ ଦେଶବ୍ୟାପି ଚଳଚଞ୍ଚଳ ସବୁ ପୂଜା ମଣ୍ଡପ। ମା’ ଦୁର୍ଗାଙ୍କ ମୂର୍ଣ୍ଣୟୀ ମୁର୍ତ୍ତିକୁ ଶେଷ ସ୍ପର୍ଶ ଦେବାକୁ ଲାଗିପଡ଼ିଛନ୍ତି କାରିଗର। ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାଙ୍କର ଆକର୍ଷଣୀୟ ମୁର୍ତ୍ତି ପୂଜା ପାଉଥାଏ। ହେଲେ ଏଥର ପଶ୍ଚିମବଙ୍ଗର ଏକ ମୂର୍ତ୍ତି ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।  କୋଲକାତାର ଏକ ଦୁର୍ଗାପୂଜା ସମିତି ମା’ ଦୁର୍ଗାଙ୍କ ମୁର୍ତ୍ତିରେ ୫୦ କିଲୋଗ୍ରାମ ସୁନା ବ୍ୟବହାର କରି ମୁର୍ତ୍ତି ପ୍ରସ୍ତୁତ କରିଛନ୍ତି।

ମା’ଙ୍କ ମୁର୍ତ୍ତି ଓ ମଣ୍ଡପରେ ଯେତିକି ସୁନା ବ୍ୟବହାର ହୋଇଛି ତା’ର ମୂଲ୍ୟ ପ୍ରାୟ ୨୦ କୋଟି ହେବ ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷା ସାରାଦେଶରେ ଏହି ମୁର୍ତ୍ତି ସବୁଠୁ ଦାମିକା ବୋଲି କୁହାଯାଉଛି।

କୋଲାକାତାର ସନ୍ତାଷ ମିତ୍ର ସ୍କୋୟାରରେ ନିର୍ମିତ ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୩ ଫୁଟ୍‌ ରହିଛି। ମା’ଙ୍କ ମୁର୍ତ୍ତିରେ ସୁନା ଲାଗିବା ସହିତ ମହିଷାସୁର, ଓ ସିଂହଙ୍କୁ ବି ସୁନାରେ ସଜା ଯାଇଛି। ସୁନା ମୂର୍ତ୍ତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment