ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ନବରାତ୍ରିର ଷଷ୍ଠ ଦିନ। ଏହି ଦିନ ଦୁର୍ଗାଙ୍କୁ କାତ୍ୟାୟନୀ ବେଶରେ ସଜ୍ଜିତ କରି ପୂଜା କରାଯାଏ। ମା’ଙ୍କ ଏହି ରୂପରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୁଏ ବୋଲି ବିଶ୍ୱାସ ରହିଛି।

ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ହୋଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମା’ କାତ୍ୟାୟିନୀଙ୍କ କୃପାରୁ ସମସ୍ତ ଦେଶବାସୀଙ୍କ ଜୀବନ ଆରୋ୍ୟପୂର୍ଣ୍ଣ ହେଉ ବୋଲି ମୋଦୀ କହିଛନ୍ତି।

Comment