ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରିଆଡ଼େ ଦୁର୍ଗାପୂଜାର ମାହୋଲ। ଆଜିଠୁ ପୂଜା ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଏବଂ ଲାଇଟ୍‌ ଗେଟ୍‌ ଲୋକଙ୍କ ମନ ମୋହୁଛି। ମନଲୋଭା ତୋରଣ ଦେଖିବା ପାଇଁ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଲାଗୁଛି।

ରସୁଲଗଡ଼, ବମିଖାଲ, ଝାରପଡ଼ା, ନୟାପଲ୍ଲୀ, ୟୁନିଟ୍‌-୧ ଏବଂ ଜୟଦେବ ବିହାରରେ ହୋଇଥିବା ଆକର୍ଷଣୀୟ ତୋରଣ ଦେଖନ୍ତୁ ଫଟୋରେ। (ଫଟୋ- ବୁଲୁ ସାହୁ)

ବମିଖାଲ ଦୁର୍ଗାପୂଜା ମଣ୍ଡପ।
ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପର ଆକର୍ଷଣୀୟ ତୋରଣ।
ଝାରପଡ଼ା ଦୁର୍ଗାପୂଜା ମଣ୍ଡପ।
ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ।
ଜୟଦେବ ବିହାର ଦୁର୍ଗାପୂଜା ମଣ୍ଡପ।
ୟୁନିଟ୍-୧ ଦୁର୍ଗାପୂଜା ମଣ୍ଡପ।
ଲାଇଟ୍ ଗେଟ୍ରେ ଚମକୁଛି ଝାରପଡ଼ା।
ନୟାପଲ୍ଲୀ ଦୁର୍ଗାପୂଜା ସମିତିର ଲାଇଟ୍ ଗେଟ୍।
ରସୁଲଗଡ଼ ଦୁର୍ଗାପୂଜା ସମିତିର ଲାଇଟ୍ ଗେଟ୍।
ନୟାପଲ୍ଲୀରେ ଲାଇଟ୍ ଗେଟ୍

Comment