ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କାର୍ତ୍ତିକ ମାସ ଓ ପଞ୍ଚୁକ ପାଞ୍ଚଦିନ ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଏସପି, ଜିଲ୍ଲାପାଳ, ନୀତି ପ୍ରଶାସକ ଉପସ୍ଥିତ ରହିଥିଲେ।

ହବିଷ୍ୟାଳିଙ୍କ ରହଣି ଲାଗି ସହର ମଧ୍ୟରେ ୩ଟି ଜାଗା ସ୍ଥିର ହୋଇଛି। ମାଜଣା ଜାଗା ନିକଟ ହବିଷ୍ୟାଳି କେନ୍ଦ୍ର, ଷ୍ଟେସନ ପାଖ କଲ୍ୟାଣ ମଣ୍ଡପ, ମ୍ୟୁନିସପାଲଟି କଲ୍ୟାଣ ମଣ୍ଡପରେ ହବିଷ୍ୟାଳିମାନେ ରହିବେ।

ଏହାସହ ବୈଠକରେ ଗତ କାର୍ତ୍ତିକ ମାସରୁ ସେବାୟତମାନେ ‘ପ୍ରାପ୍ୟ ପାଉଣା’ ଅଭିଯୋଗ ହୋଇଥିଲା। ତେବେ ଖୁବ ଶୀଘ୍ର ସେମାନଙ୍କୁ ପ୍ରାପ୍ୟ ପାଉଣା ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦୋଇଛି।

Comment