ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଗଲାଣି ପାର୍ବଣ ୠତୁ। ବଢ଼ିଲାଣି ପୂଜା ଭିଡ଼। ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କ ସୁରକ୍ଷା ଆଉ ପୂଜା ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ କେତେକ ନୂଆ ବନ୍ଦୋବସ୍ତମାନ ହୋଇଛି।

ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଆଇନ ଅମାନ୍ୟ କଲେ ୫୦୦ରୁ ୧୦୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏଥର ରାଜ୍ୟରେ ଭାରି ଯାନ ଚଳାଚଳା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି କମିସନରେଟ୍ ପୋଲିସ। ପୂଜା ସମୟରେ ରାଜଧାନୀ ରାସ୍ତାରେ ଭାରି ଯାନ ଗଡ଼ିବା ମନା। ୪ରୁ ୮ ତାରିଖ ପର୍ଯ୍ୟନ୍ତ ଅପରାହ୍‌ଣରୁ ରାତି ୨ଟା ଯାଏଁ ଭାରୀଯାନ ଯାତାୟାତରେ ସମସ୍ତ ପଥ ପରିବର୍ତ୍ତନ କରାଯାଇଛି।

ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ, ଖଣ୍ଡଗିରି ଛକରୁ ଭାୟା ଜାଗମରା ଦେଇ ପୋଖରୀପୁଟ ରାସ୍ତାରେ କୌଣସି ଭାରିଯାନ ଗତି କରିବା ମନା। ଫାୟାରଷ୍ଟେସନ ଛକରୁ ଶିଶୁଭବନ ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

ଅନ୍ୟପଟେ ସିଆର୍‌ପି ଛକରୁ ପାଓ୍ୱାର ହାଉସ୍ ରାସ୍ତା, ଜୟଦେବବିହାରରୁ ରାଜଭବନ, ଜୟଦେବବିହାରରୁ ନନ୍ଦନକାନନ ରାସ୍ତା, ଆଚାର୍ଯ୍ୟବିହାରରୁ ଏୟାରପୋର୍ଟ ରାସ୍ତା, ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ ଛକ ଦେଇ କଳିଙ୍ଗ ହସ୍ପିଟାଲ ଛକ, ବାଣୀବିହାରରୁ ଜନପଥ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ ରୋକ ଲଗାଯାଇଛି।

ରସୁଲଗଡ଼ ଛକରୁ କଟକରୋଡ୍‌ ଦେଇ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଏବଂ ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ୧୬ର ସର୍ଭିସରୋଡରେ ମଧ୍ୟ ଅପରାହ୍‌ଣ ୪ଟାରୁ ରାତି ୨ଟା ଯାଏଁ ଭାରି ଯାନ ଗତି କରିବ ନାହିଁ।

ପୁରୀରୁ ବରମୁଣ୍ଡା ଆସୁଥିବା ଭାରି ଯାନ ଲିଙ୍ଗିପୁର ଛକରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗପୁର ଛକ ଓ ଫାୟାରଷ୍ଟେସନ୍ ଦେଇ ବରମୁଣ୍ଡା ଯିବ। ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍‌ଗୁଡ଼ିକ ଶିଶୁଭବନ ଛକ, ମାଉସୀ ମା ଛକ, ମ୍ୟୁଜିୟମ୍ ଛକ, ସାମନ୍ତରାପୁର ଓ ଲିଙ୍ଗିପୁର ଛକ ଦେଇ ପୁରୀ ଯିବ।

ରାବଣପୋଡ଼ି ସମୟରେ ବି ସମସ୍ତ ଯାନବାହାନର ମାର୍ଗ ପରିବର୍ତ୍ତନ କରାଯାଇଛି। କଟକ ପଟୁ ଜାତୀୟ ରାଜପଥ ଦେଇ

ଜୟଦେବବିହାର ଛକଠାରୁ ସିଆରପି ଛକ ଯାଉଥିବା ଗାଡ଼ିଗୁଡ଼ିକ ବେହେରାସାହି, ଶାସ୍ତ୍ରୀନଗର, ପାଓ୍ୱାରହାଉସ୍ ଛକ ଏବଂ ୟୁନିଟ୍ ୮ ଡିଏଭି ସ୍କୁଲ ବାଟେ ଚଳପ୍ରଚଳ ହେବ।

Comment