ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଅଣ୍ଟା ଭିଡ଼ିଛି କମିସନରେଟ୍‌ ପୋଲିସ। ବିଶେଷକରି କଟକ ଦଶହରାକୁ ପୋଲିସ ଗୁରୁତ୍ୱ ଦେଇଛି। ଦୁର୍ଗା ପୂଜା ସମୟରେ କଟକରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଭସାଣ ଶୋଭାଯାତ୍ରା ବେଳେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।

ସୁନା ଓ ଚାନ୍ଦି ମେଢ଼ ମଣ୍ଡପ ପୂରା ସିସିଟିଭି ନଜରରେ ରହିବ। ସଶସ୍ତ୍ର ପୋଲିସ ଏହି ମଣ୍ଡପ ନିକଟରେ ମୁତୟନ ହେବେ। ସୁରକ୍ଷା ପାଇଁ ୩୦ଟି ଏଡ୍‌ ପୋଷ୍ଟ ରହିବ। ୩୦୦ ଅଧିକାରୀ ଦାୟିତ୍ୱରେ ରହିବେ।

ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ଇନଡୋର ଷ୍ଟାଡିୟମରେ କମିସନରେଟ୍‌ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comment