ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍‌ର ହରମନପ୍ରୀତ୍‌ କୌର। ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ହରମନପ୍ରୀତ୍‌ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ରେକର୍ଡ କରିଛନ୍ତି। ଉଭୟ ମହିଳା ଏବଂ ପୁରଷ ବର୍ଗରେ ଏହି ରେକର୍ଡ କରିବାରେ ସେ ଭାରତର ହେଉଛନ୍ତି ପ୍ରଥମ କ୍ରିକେଟର।

ଏହି କ୍ରମରେ ପୁରୁଷ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ରନ୍‌ ମାଷ୍ଟର ରୋହିତ ଶର୍ମା ହରମନପ୍ରୀତଙ୍କ ପଛରେ ରହିଛନ୍ତି। ଧୋନି ଏବଂ ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ୯୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ବର୍ତ୍ତମାନ ହରମନ୍‌ପ୍ରୀତ୍‌ ୧୦୦ ତମ ମ୍ୟାଚ୍‌ ଖେଳି ଏମାନଙ୍କୁ ପଛରେ ପକାଇଛନ୍ତି। ମହିଳା ଟିମ୍‌ର ମିତାଲି ରାଜ୍‌ ଏହି କ୍ରମରେ ୮୯ ଟି-୨୦ ମ୍ୟାଚ୍‌ ଖେଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ହରମନପ୍ରୀତ୍‌ ଭାରତୀୟ ମହିଳା କ୍ରିକେଟ୍‌ ଟି-୨୦ ବାହିନୀର ଅଧିନାୟକ ଅଛନ୍ତି।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ଦେଖିବାକୁ ଗଲେ, ୧୦୦ଟି ଶତକ ମାରିବାରେ ହରମନପ୍ରୀତ୍‌ କୌର ବିଶ୍ୱର ଦଶମ କ୍ରିକେଟର। ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟର ଶୋଏବ ମଲିକ୍ ବିଶ୍ୱସ୍ତରରେ ସର୍ବାଧିକ ୧୧୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି

Comment