ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଜନସଂପର୍କ ପଦଯାତ୍ରାର ସମୟ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଚାଲିବା ନେଇ ସୂଚନା ଦିଆଯାଇଛି।

ବିଜେଡିର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ଶେଷ ହେବାକୁ ସ୍ଥିର ହୋଇଥିଲା। ହେଲେ ଏହି ଅବଧି ମଧ୍ୟରେ ଦୁର୍ଗା ପୂଜା ଓ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ଅଞ୍ଚଳର ନେତା ବ୍ୟସ୍ତ ରହିବେ।

ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆହୁରି ୨୦ ଦିନ ଏହାକୁ ବୃଦ୍ଧି କରିଛନ୍ତି। ବିଜେଡିର ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ।

ଏହି ପଦଯାତ୍ରା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ଘରେ ଘରେ ପହଞ୍ଚାଯାଉଛି। ସେହିପରି ବିଜେଡ଼ିର ସଦସ୍ୟତା ସଂଗ୍ରହ ଅଭିଯାନକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ଅଧିକରୁ ଅଧିକ ତୀବ୍ର କରିବା ସହ ମହିଳା, ଯୁବକ ଓ ଛାତ୍ର ସମାଜକୁ ଦଳରେ ସାମିଲ କରାଯାଉଛି।

LEAVE A REPLY

Please enter your comment!
Please enter your name here