ଓଡ଼ିଶାଲାଇଭ ବ୍ୟୁରୋ

ରବିନ୍ଦ୍ର ଜାଡେଜା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ ଜରିଆରେ ସେ ବାମ ହାତୀ ବୋଲର ଭାବେ ୨୦୦ ଟେଷ୍ଟ ଓ୍ଵିକେଟ ହାସଲ କରିଛନ୍ତି। ଏହି ରେକର୍ଡ ସହ ସେ ଶ୍ରୀଲଙ୍କାର ବାମ ହାତୀ ବୋଲର ରଙ୍ଗନା ହେରାଥଙ୍କୁ ପଛରେ ପକାଇଛନ୍ତି।

ହେରାଥ ଏହି ରେକର୍ଡ ୧୯୯୯ ମସିହାରେ କରିଥିଲେ। ଟେଷ୍ଟରେ ସେ ୪୩୩ଟି ଓ୍ଵିକେଟ ହାସଲ କରିଥିଲେ। ବର୍ତ୍ତମାନ ସେ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି। ରବିନ୍ଦ୍ର ଜାଡେଜା ୪୪ଟି ଚେଷ୍ଟରେ ଏହି ରେକର୍ଡ କରିଥିବା ବେଳେ ହେରାଥ ୪୭ ମ୍ୟାଚରେ ଏହାକୁ ପୂରା କରିଥିଲେ।

ଏହି ଦୁଇଜଣଙ୍କ ପଛକୁ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ମିଚେଲ ଜନସନ ରହିଛନ୍ତି। ଯିଏକି ୪୯ ମ୍ୟାଚରେ ଏହି ରେକର୍ଡ ପୂରଣ କରିଥିଲେ। ତାଙ୍କ ପଛକୁ ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ରହିଛନ୍ତି। ସେ ୫୦ ମ୍ୟାଚରେ ଏହି ରେକର୍ଡ ପୂରା କରିଛନ୍ତି।

Comment