ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵର, କଟକ ଓ ଖୋର୍ଦ୍ଧା ସହର ବର୍ତ୍ତମାନ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର। ତେବେ ଏନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ଵାରା ପରିଚାଳିତ ‘ମୋ ବସ’ ସେବା ଅପରାହ୍‌ଣ ୨ଟା ପରେ କୈଣସି ରୁଟରେ ଉପଲବ୍ଧ ହେବ ନାହିଁ। ହେଲେ ପୂର୍ବପରି ସକାଳ ୬ଟାରୁ ଦିନ ୨ଟା ଯାଏଁ ବସ ସେବା ଚାଲୁ ରହିବ।

ଭିଡ଼ ଓ ଲୋକମାନଙ୍କ ସୁରକ୍ଷା, ସୁବିଧାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ସନ୍ଧ୍ୟା ୪ଟା ପରଠୁ ‘ମୋ ବସ୍‌’ ଚଳାଚଳକୁ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆଦେଶ ଅନୁଯାୟୀ ନଗର ପରିବହନ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି।

“ଆମେ ଚାହୁଁ ସମସ୍ତ ନଗରବାସୀ ଦଶହରା ପୂଜାକୁ ଭଲ ଭାବରେ ଉପଭୋଗ କରନ୍ତୁ। ସମସ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମୋ ବସ ତରଫରୁ ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜାର ଶୁଭେଚ୍ଛା” ଜଣାଇ କହିଥିଲେ ପ୍ରଶାସନ ବିଭାଗର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର।

Comment