ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ ଆଗରେ ପୁଅକୁ ହତ୍ୟା କରାଯାଇଛି। ଏହାସହ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପ ମଧ୍ୟ ଗୁରୁତର ଆହତ ହୋଇଛି। ଏପରି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅନ୍ତର୍ଗତ ଆଳ ସାହି ଗାଁରେ।

ଏହି ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ଶନିବାର ଏହି ବିବାଦକୁ ସମାଧାନ କରିବାକୁ ଦୁଇ ଗୋଷ୍ଠୀ ଏକାଠୀ ହୋଇଥିଲେ। ସମାଧାନ ବେଳେ ଯୁକ୍ତି ତର୍କ ବଢ଼ି ଏଭଳି ହତ୍ୟାର ରୂପ ନେଇଥିଲା।

ଗୋଟିଏ ଗୋଷ୍ଠୀର ବାପ ଆଗରେ ପୁଅକୁ ମାରଣାନ୍ତକ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି। ଏହାସହ ମୃତକଙ୍କ ବାପା ସମେତ ଆଉ ଦୁଇ ଜଣ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment