ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ଶାରଦୀୟ ଦୁର୍ଗା ପୂଜାରେ ସାରା ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଏଥିରୁ ପୁରୀ ଶୀକ୍ଷେତ୍ର ବାଦ ପଡିନାହିଁ। ମହା ନବମୀ ଅବସରରେ ପୁରୀ ଜହ୍ନିଖାଇ ପୀଠରେ ମାଙ୍କୁ ଗୋଷାଣୀ ରୂପେ ପୂଜା କରାଯାଇଥିଲା। ତେଣୁ ଏଠାରେ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା।

ମା’ ଜହ୍ନିଖାଇ ଠାକୁରାଣୀ ହେଉଛନ୍ତି ପରମ ବୈଷ୍ଣବୀ। ତାଙ୍କ ପାଖରେ ଆମିଷ ଭୋଗ କରାଯାଇନାହିଁ।

ମା’ଙ୍କର ଏହି ବେଶ ଦେଖିବା ପାଇଁ ପୀଠରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଲୋକ କଥାରେ ଅଛି ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏକାଦଶୀ ଦିନ ମା’ଙ୍କୁ ଶ୍ରୀମନ୍ଦିର ସମୁଖକୁ ନିଅ ଯାଇଥାଏ ଓ ଶ୍ରୀମନ୍ଦିରର ମହାଦୀପ ଉଠିଲାପରେ ମା’ଙ୍କୁ ବିସର୍ଜନ କରାଯାଇ ଥାଏ। ଏହି ସମୟରେ ଜହ୍ନି ବଳି ଦିଆ ଯାଇଥାଏ।

Comment