ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତିଙ୍କ ରିପୋର୍ଟ): ସ୍ଥାନୀୟ ଆଇଟିଆଇ ପଡ଼ିଆରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ରାବଣପୋଡ଼ି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ରାବଣପୋଡ଼ି ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଲୋକେ ଆତସବାଜିର ମଜା ନେଇଥିଲେ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଲେଶ୍ୱର ଏସ୍ ପି  ବି ଯୁଗଳ କିଶୋର, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଉପଦେଷ୍ଟା ହରେକୃଷ୍ଣ ଦାସ, ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଅନୁଷ୍ଠାନର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ଦାସ ମଂଚ ପରିଚାଳନା କରିଥିବା ବେଳେ, ବରିଷ୍ଠ ସଦସ୍ୟ ରାମ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବିରାଟ ରାବଣ ପୋଡ଼ି ମହୋତ୍ସବ ସଂପାଦକ ଭାଗବତ ସାହୁ ପରିଚାଳନା କରିଥିବା ବେଳେ, କମିଟି ସଦସ୍ୟ ମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।

ଏହି ଉତ୍ସବ ଅବସରରେ ରାବଣ ବଧ ମଂଚ ଅଭିନୟ ଅନୁଷ୍ଠିତ ହୋଇଥିଲା। ରଙ୍ଗ ବେରଙ୍ଗର ଆତସବାଜି କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ଖୁବ୍ ଆନନ୍ଦର ସହ ଉପଭୋଗ କରିଥିଲେ।

Comment