ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନୀ ଟେଷ୍ଟ କ୍ରିକେଟରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୬୬ ମ୍ୟାଚରେ ୩୫୦ ଓ୍ଵିକେଟ ନେଇ ଏହି ରେକର୍ଡ କରିଛନ୍ତି। ଏହାସହ ସେ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୁରଲୀ ଧରନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ମୁରଲୀ ଧରନ ୬୬ ମ୍ୟାଚରେ ଏହି ରେକର୍ଡ କରିଥିଲେ। ସେ ୨୦୦୧ କଲମ୍ଵୋରେ ବାଂଲାଦେଶ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ।

ଅଶ୍ଵିନ ଏହି ମ୍ୟାଚ୍ ପୂର୍ବରୁ ୩୫୦ ଓ୍ଵିକେଟ୍ ହାସଲ ପାଇଁ ୮ଟି ଓ୍ଵିକେଟ୍ ଦୂରରେ ଥିଲେ। ମ୍ୟାଚର ପ୍ରଥମ ଇନିଂସରେ ସେ ୭ ଓ୍ଵିକେଟ୍ ନେଇଥିଲେ। ମ୍ୟାଚର ପଞ୍ଚମ ଦିନରେ ସେ ବ୍ରୁୟନଙ୍କୁ କ୍ଲିନ ବୋଲ୍ଡ କରି ବିଶ୍ଵ ରେକର୍ଡର ସମକକ୍ଷ ହୋଇଛନ୍ତି।

ଭାରତ ପକ୍ଷରୁ ସବୁଠୁ କମ୍‌ ଟେଷ୍ଟରେ ୩୫୦ ଓ୍ଵିକେଟ ହାସଲ କରିବାର ରେକର୍ଡ ଅନିଲ କୁମ୍ଵଲେଙ୍କ ନାଁରେ ଥିଲା। ସେ ୭୭ ମ୍ୟାଚରେ ଏହି ରେକର୍ଡ କରିଥିଲେ। ସେହିପରି ଟେଷ୍ଟ କ୍ୟାରିୟରରେ ୩୫୦ ଓ୍ଵିକେଟ ନେବାରେ ଅଶ୍ଵିନୀ ଚତୁର୍ଥ ଭାରତୀୟ।

Comment