ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ବିଜୟ। ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା। ଆଜିର ଦିନରେ ରାମ ରାବଣର ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ ପାଳନ କରାଯାଏ।

ଗାଁଠାରୁ ସହର ସବୁଠି ଆରାଧନ କରାଯାଉଛି ମା’ ଦୁର୍ଗାଙ୍କୁ। ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠ ଉଚ୍ଚାରଣରେ ଫାଟିପଡ଼ୁଛି ପୁରପଲ୍ଲୀ। ନଅ ଦିନର ପୂଜାର୍ଚ୍ଚନା ପରେ ଆଜି ମା’ଙ୍କର ବିଜୟା ଦଶମୀ ପାଳନ ହେବ।

ଆଜିର ତିଥିରେ ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଉଛି। ଆଜି ମଧ୍ୟ କେତେକ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହେବ।

ରାଜଧାନୀ ସମତେ କଟକ, ରାଉରକେଲା ଭଳି ଅନେକ ପୂଜାମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଦୁର୍ଗା ପୂଜା ଅବସରରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହୁଛି। ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି। କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସଜ୍ଜା ଯାଇଛି ମାଆଙ୍କୁ। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି।

Comment